
ଆଜି ପୁଣି ଦେଖାହେଲା ନିଜସହ ସ୍ବପ୍ନରେ
ସବୁଥର ପରି ସେଇ ଏକା ପ୍ରଶ୍ନ ପଚାରିଲା ସିଏ
କେବେ ବାପାକଂ ସହ ସ୍ନେହରେ ତୁ ହୋଇଅଛୁ କଥା
କେବେ କହିଅଛୁ ବାପା ମୁଁ ତୁମକୁ ବହୁତ ଭଲ ପାଏ ॥୧॥
ଅନେକ ଭାବିଲି ମୁଁ କେଉଁଟା ସେଦିନ
ଯେଉଁଦିନ ବାପାକଂ ସହ ସ୍ନେହରେ ମୁଁ ହୋଇଥିଲି କଥା
ସ୍ମୃତିର ଥାକକୁ ଅନେକ ଘଣ୍ଟାଘଣ୍ଟି କଲାପରେ
ମୁହଁରେ ଥିଲା ମୋର ସେହି ଚିରାଚରିତ ନିରାଶା ॥୨॥
ସତେ ତ ମନେପଡୁନାହିଁ କେବେ ହୋଇଥିଲି କଥା
କେବେ ଡାକିଥିଲି ତାଂକୁ ବାପା ବୋଲି ବିନା ସ୍ବାର୍ଥରେ
ଯାହା ଥାଏ ଗୋଟିଏ ନିରୀହ ଶିଶୁର
ଟିକେ ବୁଝା ଟିକେ ଅବୁଝା ବାପା ଡାକରେ ॥୩॥
ତା'ମାନେ କଣ ସମୟ ଦେଇନାହିଁ ସୁଯୋଗ କହିବାକୁ
ମୁଁ ତାଂକୁ କେତେ ଭଲପାଏ ବୋଲି
ନା ମୁଁ ସମୟକୁ ଠକି ଚାଲିଛି ଜୀବନର ବ୍ୟସ୍ତତା ଭିତରେ
ବାହାନା ରୂପି ମୂଖାଟିକୁ ପାରୁନାହିଁ ଖୋଲି ॥୪॥
ଧନ ମନ ଯୌବନ ସବୁକିଛି ମୋତେ ଦେଲାପରେ
କଣ ବା ଆଉ ତାଂକ ପାଖରେ ବାକିରହିଗଲା
ମୋ ଚଲାପଥକୁ କୁସୁମିତ କରିବା ଚେଷ୍ଟାରେ
ସାରା ଜୀବନଟା ତାଂକର କଟିଗଲା ॥୫॥
ହଠାତ୍ ସ୍ବପ୍ନଟା ଭାଂଗିଗଲା କାହାର ଏକ ଅଜଣା ସ୍ପର୍ଶରେ
ଲୁହ ବୋଲି ତାହା ଜାଣିବା ଆଗରୁ ମନଟା ଚିତ୍କାର କରୁଥାଏ
ଆଉ କହୁଥାଏ ସିଏ ଚିତ୍କାର କରି
ବାପା !ବାପା ! ମୁଁ ତୁମକୁ ବହୁତ ଭଲପାଏ ॥୬॥
॥ ଜ୍ୟୋତିରଞନ ସାହୁ ॥
0 Comments