
ପରଦା ପଛର ନାୟକ ମୁଁ ଜଣେ
ଏ ଦୁନିଆଁ ରଙ୍ଗମଞ୍ଚେ
ମୋର ନିର୍ଦେଶିତ ମୋ ନିଜ ନାଟକେ
ଅଭିନୟ ରଂଗ ବିଞ୍ଚେ ॥
ମୋ ନିଜ ନାଟକେ ମୁଁ ଯେ ଅଭିନେତା
ଏକା ମୁଁ ଦର୍ଶକ ଜଣେ
ସମୀକ୍ଷକ ସାଜି ମୋ ନିଜ ବିବେକ
ବସେ ରଙ୍ଗମଞ୍ଚ କୋଣେ ॥
କ୍ଷଣେ ହସି ପୁଣି କ୍ଷଣିକରେ କାନ୍ଦେ
ଏହି ମୋ କାହାଣୀ ସାର
ନିଜେ ମୁଁ ଦର୍ଶକ ଉପଭୋଗ କରେ
ନିଜ ଅଭିନୟ ମୋର ॥
ପ୍ରତିକ୍ଷଣେ ଚାଲେ କେତେ ଅଭିନୟ
ନିଜର ମୁଁ ପ୍ରତିଯୋଗୀ
ନିଜେ ସାଜି କରେ ମୁଁପ୍ରତି ଯୋଗିତା
ନିଜକୁ ମୁଁ ହରାଇବି ॥
ଏରଙ୍ଗମଞ୍ଚରେ ପ୍ରଦର୍ଶୀତ କରେ
ନିଜ ଅଭିନୟ ମୋର
ଗୋଟିଏ ରଜନୀ ନାଟକ ଏହା ମୋ
ପାଖେ ଦୁଃଖ, ସୁଖ ଦୂର ॥
ନାଟକ ସରିଲେ ଅଭିନୟ ମୋର
ରଙ୍ଗମଞ୍ଚୁ ଯିବ ସରି
ବିବେକ ହାତରେ ସମୀକ୍ଷା ହୋଇବ
ମୋଅଭି ନୟ ଚାତୁରୀ ॥
ସମୀକ୍ଷକ ସାଜି ବିବେକ କରିବ
ଅଭିନୟ ମୂଲ୍ୟାଙ୍କନ
ଯାହାକୁ ବୁଝିବା ପାଇଁକି ହୁଅଇ
ଲୋଡା ଅହଂ ଶୂନ୍ୟ ଜ୍ଞାନ ॥
ମୋ ନିଜ ଲିଖିତ କାହାଣୀର ପୃଷ୍ଠା
ଚିରାହେବ କାଳ ହାତେ
ଆଉ ନହୋଇବ ପୁନଃ ପ୍ରଦର୍ଶୀତ
ନାଟକ ମୋ ରଙ୍ଗମଞ୍ଚେ ॥
0 Comments