ଆଜି ସୁରୁ ଜେଜେ ସକାଳୁ  ଫୁଲ ଆଉ ବେଲପତ୍ର ସଂଗ୍ରହ କରି ପୂଜାଘର କୁ ପ୍ରବେଶ କରୁକରୁ ହଠାତ୍ ଅଟକିଗଲେ କାହାର ଗୋଟିଏ ଗୁଣୁଗୁଣୁ ଶବ୍ଦରେ। କାନ ଡେରି ଶୁଣିବାକୁ ଚେଷ୍ଟାକଲେ କିଏ ଆଉ କଣ କହୁଛି? ଜାଣିଲେ ଆରେ! ଏତ ସୁନୁ ର ସ୍ବର। ଧୀରେ ଦେଖିବାକୁ ଚେଷ୍ଟାକଲେ କଣ କରୁଛି ସିଏ।

ସୁନୁ ହେଉଛି ସୁରୁ ଜେଜେ କଂ ଏକମାତ୍ର ନାତି। ବୟସ ୮ ପାଖାପାଖି ହେବ । ବାପା ତାର ବ୍ୟାକଂ ମ୍ୟାନେଜର ଆଉ ମା ଆଧୁନିକା ଗୃହିଣୀ। କିନ୍ତୁ ଆଜି କାହିଁକି ସୁନୁ ର ମନଟା ଭାରି ଉଦାସ। ସେହି ଉଦାସ ମୁହଁରେ ସୁନୁ ସକାଳ ଟାରୁ ଉଠିଆସି ଠାକୁର କଂ ସମ୍ମୁଖରେ ଛିଡାହୋଇ ଚୁପଚାପ କାନ୍ଦୁଛି। ଏତେ ସକାଳୁ ଉଠି ପାଠ ନପଢି ସୁନୁ ଏଇଠି କାନ୍ଦୁଛି କାହିଁକି? କିଏ କଣ କହିଲା କି? ଏହିପରି ନାନା ପ୍ରଶ୍ନ ସୁରୁ ଜେଜେ କଂ ମନ ଭିତରେ ଘୁରିବୁଲିଲା। ଆଉ ସମ୍ଭାଳିପାରିଲେନି । ଦଉଡିଗଲେ ନାତି ଟୋକା ଟା ପାଖକୁ। ପଚାରିଲେ" ଆରେ କଣ ହେଲା? କିଏ କଣ କହିଲା କି"? ମୁନ୍ଡ ହଲାଇ ସୁନୁ କହିଲା " ନା କେହି କିଛି କହିନାହାନ୍ତି"।  ସୁରୁଜେଜେ ପଚାରିଲେ " ତାହେଲେ ଏଇଠି ଛିଡା ହୋଇ କାନ୍ଦୁଛୁ କାହିଁକି "? ସୁନୁ କହିଲା" ହୁଁ, ମୁଁ ଠାକୁର କଂ ଉପରେ ରାଗିଛି। ସେ କଣ ପାଇଁ ମୋତେ ଭଲପିଲା କଲେ? ମୁଁ ସେଇଥିପାଇଁ ତାଂକୁ ଆଜି କହୁଛି ହେ ଠାକୁରେ ମୋତେ ଭଲ ମଣିଷ କରନି। ତୁମେ କୁହ ପରା ଠାକୁର କୁଂ ଯାହା ମାଗିବୁ ମିଳିଯିବ। ତୁମ କଥାମାନି ଆଗରୁ ଭଲ ମଣିଷ ହୁଏ ବୋଲି ପ୍ରାର୍ଥନା କରୁଥିଲି। ଆଜି ଭଲ ପିଲା ନକରି ବାକୁ କହୁଛି"।

       ସୁନୁ କଥାଶୁଣି ଆଶ୍ଚର୍ଯ୍ୟ ହୋଇପଡିଲେ ସୁରୁ ଜେଜେ। ସୁନୁ ମଥାରେ ହାତ ଥୋଇ ପଚାରିଲେ" ତୋର କଣ ହେଲା ବାବା; ମୋତେ କହିବୁନି? ଠାକୁର କୁଂ ଏତେ ରାଗୁଛୁ କାହିଁକି"?

ସୁରୁ ଜେଜେ କଥା ଶୁଣି ସୁନୁ କହିଲା " ଜେଜେ! ଦୁଇ ଦିନ ପୂର୍ବ ରୁ ଆମର ପରୀକ୍ଷା ରେଜଲ୍ଟ ବାହାରିଲା। ମୋର ଭଲ ମାର୍କ ନାହିଁ। ସାର୍ କହିଥିଲେ ସମସ୍ତେ ଘରୁ ବାପା କଂର ସାଇନ୍ ମାର୍କସିଟ୍  ଉପରେ କରେଇ ଡିପଜିଟ୍ କରିବ। ମୁଁ ଡରିଗଲି। ହେଲେ ମୋ ସାଂଗ ବନ୍ଟି କହିଲା ଏଥିରେ ଡରିବାର କିଛିନାହିଁ। ତାର ମୋଠାରୁ ମଧ୍ୟ କମ୍ ମାର୍କ ଅଛି। କିନ୍ତୁ ସିଏ ନିଜେନିଜେ ତା ବାପା କଂ ସାଇନ୍ ଟା ମାରିଦେଲା। କହିଲା ଦେଖ୍ କେହି ଜାଣିପାରିବେନି। ଏହା କହି ସେ ସାର୍ କୁଂତାପର ଦିନ ମାର୍କସିଟ୍ ଦେଇଦେଲା। ତା ଦେଖାଦେଖି ମୁଁ ବି ବାବା କଂ ସାଇନ୍ କରି ଦେଇଦେଲି। ସାର୍ ନେଇଗଲେ। ଶେଷରେ ପଚାରିଲେ ସମସ୍ତକୁଂ କାହା ଘରେ ବାବା କଣ କହିଲେ? ମୋତେ ପଚାରିବାରୁ ମୁଁ ସତ କଥାଟା କହିଦେଲି। ତୁମେ ମୋତେ ଶିଖେଇଥିଲ ପରା ସତ କହିବାକୁ। ଭଲପିଲା ମାନେ ସବୁବେଳେ ସତ କହନ୍ତି , ନହେଲେ ଠାକୁରେ ମୋତେ ଆର ଜନ୍ମ ରେ ଲଂକାଗଛ କରିଦେବେ ଯେ। ମୋଠାରୁ ସତ କଥା ଶୁଣି ସାର୍ ମୋତେ ଖୁବ୍ ପିଟିଲେ। କହିଲେ କାଲି ବାବା କୁଂ ନେଇ ସ୍କୁଲ ଆସିବୁ। ମୁଁ ଭାବୁଛି ଆଜି କେମିତି ଆଉ କଣ କହିବି ବାବା କୁଂ "?






        ସୁନୁ କଥା ଶୁଣି ଜେଜେ କହିଲେ" ଏଇ କଥା ! ମୁଁ ବାବାକୁଂ ତୋର ବୁଝାଇଦେବି। ତୁ ଲୁହ ପୋଛି ପଢିବୁ ଯା"।

 ସୁନୁ କହିଲା " ନା ଜେଜେ। ସେଇଠୁ କଣ ହେଲା ଶୁଣ।କ୍ଲାସ୍ ସରିବା ପରେ ବନ୍ଟି ମୋତେ କହିଲା ତୁ ସତ କଥା କଣ ପାଇଁ କହିଲୁ? ମୋତେ ଦେଖ୍ ମୋତେ ତ କାହିଁ ସାର୍ ପିଟିଲେ ନାହିଁ। ତୁ ସତ କହିଲୁ ବୋଲି ମାଡ ଖାଇଲୁ। ଆଚ୍ଛା ଜେଜେ ସତ କହିଲେ କଣ ସବୁବେଳେ ମାଡ ଗାଳି ଖାଇବାକୁ ପଡେ? ଯଦି ପଡେ ତେବେ ସତ କହିବି କାହିଁକି? ମୋତେ ବୁଝେଇଦେଲ"।

ତା ପ୍ରଶ୍ନ ର ଉତ୍ତର ରେ ସୁରୁ ଜେଜେ କହିଲେ " ଆରେ! ଭଲ ମଣିଷ କୁ ସମସ୍ତେ ଭଲ ପାଆନ୍ତି। ଠାକୁର ବି। ତୁ ଭଲ ମଣିଷ ହେବୁ; ତୋ ମମି ବାବା ର ନାଁ ରଖିବୁ। ତୋର  ଏ ବୁଢା ଜେଜେ ଟା ଗର୍ବ ରେ କହିବ ଦେଖ ନାତିଆ ମୋ ସୁନା ମୁନ୍ଢା ଟା। ଆଜି ସିନା ତୋତେ ସାର୍ ଗାଳିକଲେ କିନ୍ତୁ ପରେ ସେମାନେ କହିବେ ସୁନୁ ଗୋଟିଏଭଲପିଲା । ଆଚ୍ଛା ତୁ ସତ କଥାଟା କହିଦେଲୁନି ଯେ ବନ୍ଟି ତୋତେ ଏଭଳି କରିବାକୁ କହିଥିଲା ବୋଲି" ।

ସୁନୁ କହିଲା " ଜେଜେ ତୁମେ ପରା ବାପୁଜୀ କଂ କଥା ସେଦିନ ରାତିରେ ମୋତେ କହୁଥିଲ
 'ଅତି ସୁକୁମାର ପିଲାଟି ଧୀରେ କହଈ କଥା
କେବେହେଲେ କାହା ମନରେ ସିଏ ନଦିଏ ବ୍ୟଥା'
ଆଉ ମୁଁ କେମିତି ବନ୍ଟି କଥା କହି ତାକୁ ମାଡଖୁଆଇଥାନ୍ତି କହିଲ? ସେଇଥିପାଇଁ ମୁଁ ତା କଥା ସାର୍ କୁଂ କହିଲିନାହିଁ। ତୁମେ କୁହପରା ମୁଁ ଗୋଟିଏଭଲ ପିଲା ବୋଲି"।

ଜେଜେ କହିଲେ "ତାହା ଠିକ୍ ଯେ ହେଲେ କାହାରି ଦୋଷ କୁ ଲୁଚାଇବା ମଧ୍ୟ ପାପ । ଭଲପିଲା ମାନେ ଏ ପାପ କରନ୍ତି ନାହିଁ "। ଜେଜେ କଂ ମୁହଁ ରୁ ଏ କଥା ଶୁଣି ସୁନୁ କହିଲା " ବୁଝିଲ ଜେଜେ ଆଜି ଦୁନିଁଆ ରେ ଭଲ ହୋଇ କିଛି ଲାଭ ନାହିଁ। କାହାରି ଦୋଷ ଲୁଚାଇବା ଯଦି ପାପ ତାହେଲେ ତ ମୋତେ ସବୁ କହିବାକୁ ପଡିବ। ଏଇ ଦେଖୁନ ଭଲ ପିଲା ବୋଲି ସକାଳଟାରୁ ମୋତେ ପଢିବାକୁ   ଡାକି ଦେଇ ମମି ବ‍ବା କେମିତି ଆରାମ ରେ ଶୋଇଛନ୍ତି।ତୁମେ ମୋତେ ଭଲ ମଣିଷ କରିବ କହୁଛ ଆଗେ ନିଜ ପୁଅକୁ ଟିକେ କହୁନ ଭଲ ମଣିଷ ହେବେ। ମମି ର ମୋବାଇଲ୍ ଟିକେ ଦେଖିଥିବି କି ନାହିଁ ନାଲି ଆଖି। କହିବେ ମୋବାଇଲ ଦେଖିଦେଖି ପିଲା ଟା ବଦ୍ମାସ୍ ପାଲଟିଗଲାଣି। ଆଉ ମଣିଷ ହୋଇକି ନାହିଁ। ମୋବାଇଲ୍ ଦେଖନା । ଖରାପ୍ ହୋଇଯିବୁ, ବଦ୍ମାସ୍ ହୋଇଯିବୁ। ଆଚ୍ଛା ଜେଜେ କୁହତ ମମି ଦିନ ରାତି ମୋବାଇଲ୍ ଟା ଧରିବୁଲୁଛି। ତାହେଲେ ସେ କଣ ବଦମାସ୍? ଯଦି ମୋବାଇଲ୍ ଖରାପ୍ ତେବେ ସେ କାହିଁକି ଧରୁଛି? ମୋବାଇଲ୍ ଦେଖିଲେ ଖରାପ୍ ହେଇଯିବି , ଏପଟେ  ଟିଭି ବି ମୋର ନିଜ ଇଚ୍ଛାରେ ଦେଖିପାରିବିନି ତାମାନେ ଜେଜେ ଯିଏ ଖରାପ୍ ମଣିଷ ସିଏ ଡେରୀରେ ଉଠିପାରିବ, ମୋବାଇଲ୍ ଦେଖିପାରିବ, ମନଇଚ୍ଛା ଟିଭି ଦେଖିବ। ଏଇ କିଛିଦିନ ତଳ କଥା ଦେଖୁନ । ବାବା ମମି ଆଉ ମୁଁ ସିନେମା ଦେଖିବାକୁ ଯାଇଥିଲୁ। ଟିକିଏ ଦେଖିଥିବି କି ନାହିଁ ମମି ମୋଆଖି  ବନ୍ଦ କରିଦେବ। କହିବ ତୁ ଛୋଟପିଲା ଏସବୁ ଦେଖିବା କଥା ନୁହଁ। କିନ୍ତୁ ସବୁ ପିଲା ସବୁ ଲୋକ ତ ଦେଖୁଥାନ୍ତି ଆଉ ଖୁସି ରେ ତାଳିବି ମାରୁଥାନ୍ତି। ଖାଲି ମୋତେ ଛାଡି। ମମି ତ ମୋତେ ଦେଖିବାକୁ ଦେଉନଥାଏ। କୁହତ ଜେଜେ ଯାହା ଛୋଟପିଲା ପାଇଁ ଖରାପ୍ ବଡ କଂ ପାଇଁ ଭଲ କେମିତି ହେଲା? ତାମାନେ ସମସ୍ତେ ଖରାପ୍। ସେଇଥିପାଇଁ ଠାକୁର କୁଂ କହୁଛି ମୋତେ ଆଉ ଭଲପିଲା କରନି। ଭଲ ପିଲା ହେଲେ ଖାଲି ଗାଳି ମାଡ ଖାଇବାକୁପଡେ। ଏଇ ତୁମକୁ ଦେଖୁନ! ତୁମ ଭଳିଆ ଭଲ ଲୋକ କୁ ମମି କେମିତି ସବୁବେଳେ ଗାଳି କରୁଛି। ତୁମେ ତ ଭଲ ଲୋକ ତାକୁ କିଛି କହିବନି ଆଉ ବାବା କୁଂ ବି ସେହି କଥା ଶିଖାଇଛ କାହାକୁ ଗାଳି ନକରିବାକୁ। ଆଉ ବାବା ବି ସେଇଥିପାଇଁ ଚୁପ୍। ମୁଁ କିନ୍ତୁ ଚୁପ୍ ହେବିନି। ଭଲ ହୋଇ ତୁମକୁ ଗାଳି କରିବା ଦେଖିବା ଠୁ ଖରାପ୍ ହୋଇ ମମି କୁ ଦି ଜାବ୍ଡା ଦେବା ଭଲ। ଭଲ ପିଲା ମାନେ ଆଉ କେତେଦିନ ସହୁଥିବେ? ତେଣୁ ମୁଁ ଡାକୁଛି ' ହେ ଠାକୁରେ ! ମୋତେ ଜମାରୁ ଭଲ ମଣିଷ କରନି' ।

ଏତିକି କହି ସୁନୁ ଦୌଡିପଳାଇଲା ତା ରୁମ୍ କୁ। ତା ଯିବା ବାଟ କୁ ନିର୍ବିକାର ଚିତ୍ତ ରେ ଚାହିଁଥାନ୍ତି ସୁରୁ ଜେଜେ ଆଉ ଭାବୁଥାନ୍ତି ସୁନୁ କଣ ଏହା ଭିତରେ ଏତେ ବଡ ହୋଇଗଲାଣି! ସୁନୁ ର ସେ ସରଳ କଥା ରେ ସୁରୁ ଜେଜେ କଂ ଆଖି ରୁ ଖସିପଡିଲା ଦୁଇ ଟୋପା ଲୁହ   ॥

<<ଜ୍ୟୋତିରଞନ ସାହୁ>>