odia story book, odia story pdf, odia story book pdf, odia story writing, odia story princess, odia story for kid, odia story 2019, odia story writer, odia story all, odia anuchinta story, odia adhyatmika story, odia anabana story

ଆଜିର ଦୁନିଆଁରେ ଉପହାର ଦେବାଟା ଗୋଟେ ଫ୍ୟାସନ ହୋଇଗଲାଣି । ଲାଗୁଛି ଯେମିତି ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ଫ୍ୟାସନର କବଳିତ । ପ୍ରତିଯୋଗିତା ଚାଲିଛି ଏଠାରେ ଏହି ଉପହାର ପାଇଁ । କିଏ ଉପହାର ପାଇଁ ଲାଳାୟିତ ତ କିଏ ଉପହାରର ଆଢୁଆଳରେ ନିଜର ଆଭିଜାତ୍ୟ ପ୍ରଦର୍ଶନରେ ବ୍ୟସ୍ତ ତ କିଏପୁଣି ଉପହାର ପ୍ରାପ୍ତିରେ ଉଲ୍ଲସିତ । ଆଜିକାଲି ସମ୍ପର୍କ ମଧ୍ୟ ବୁଝିଲାଣି ଉପହାରର ମହତ୍ତ୍ବ । ସେଥିପାଇଁ ବୋଧହୁଏ ବ୍ୟକ୍ତିଗତ ଆବଶ୍ୟକତାଠାରୁ ସାମୁହିକ ଦୃଷ୍ଟି କୈନ୍ଦ୍ରୀକ ଉପହାରର ଗୁରୁତ୍ତ୍ବଟା ବଢିଗଲାଣି ସମ୍ପର୍କ ଭିତରେ । ଏଇ ଯେମିତି ଆମ କାହାଣୀର ଜଣେ ପ୍ରମୁଖ ଚରିତ୍ର ପପୁ ବାବୁ ଯିଏ ଭାରି ଉପହାର ପ୍ରେମୀ । ଆପଣମାନେ ଏହା ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ ପପୁ ବାବୁକଂ ଘରକୁ ଆସୁଥିବା ଅତିଥିକଂ ଅପେକ୍ଷା ତାଂକ ଦ୍ବାରା ଅଣାଯାଇଥିବା ଉପହାର ଉପରେ ପପୁ ବାବୁକଂର ଆଗ୍ରହଟା ବେଶୀ । ହେଲେ ତାଂକ ପତ୍ନୀ ଲୀନାକଂର ସ୍ବଭାବଟା ପପୁ ବାବୁକଂର ଠିକ୍ ଓଲଟା । ସିଏ ଭାରି ସ୍ବାଭିମାନୀ ପରୋପକାରୀ ଆଉ ଜଣେ ସ୍ନେହୀ ମହିଳା । ସବୁଥିରେ ନିଜର ଲାଭ କ୍ଷତି ହିସାବ କରିବାଟା ପପୁ ବାବୁକଂର ଗୋଟେ ବଦଭ୍ୟାସ । ସେଥିପାଇଁ ବେଳେବେଳେ ପତି ପତ୍ନୀକଂ ଭିତରେ ମନମାଳିନ୍ୟ ମଧ୍ୟ ହୋଇଯାଏ । ଜଣେ ନାରୀର ସହିଷ୍ଣୁତା ଗୁଣର ପରିଚୟ ଦେଇ ପ୍ରତିଥର ଲୀନା ନଇଁଯାଆନ୍ତି ପପୁ ବାବୁକଂର ଜିଦ୍ ଆଗରେ । କାହାରିକୁ ଉପହାର ଦେବାରେ ମଧ୍ୟ ହେଳା କରନ୍ତି ନାହିଁ ପପୁ ବାବୁ । କିନ୍ତୁ ତାଂକର ପ୍ରତ୍ୟେକ ଉପହାର ଭିତରେ ନିହିତ ଥାଏ ଅସରାଏ ସ୍ବାର୍ଥ । ଲୀନା ପଚାରିଲେ କୁହନ୍ତି " ଆରେ ! ଆଜିକାଲି ଉପହାର ଦେବାଟା ସ୍ବାର୍ଥ ହାସଲର ଗୋଟିଏ ଉତ୍ତମ ମାଧ୍ୟମ " । ତାଂକ ମତରେ ସ୍ବାର୍ଥର ଆକାର ନିର୍ଦ୍ଧାରଣ କରିଥାଏ ଉପହାରର ପରିମାଣ ଆଉ ଗୁଣାତ୍ମକ ମାନ । ପ୍ରକୃତରେ ପପୁ ବାବୁ ଜଣେ ବିରଳ ବ୍ୟକ୍ତିତ୍ବ । ତେବେ ଏଭଳି ବ୍ୟକ୍ତିତ୍ବ ମଧ୍ୟ ଆଜିର ସମାଜରେ କିଛି କମ୍ ନାହାନ୍ତି ।
ଆଜି ହଠାତ୍ ଲୀନାଙ୍କ ପାଖକୁ ଖବର ଆସିଲା ପପୁ ବାବୁଙ୍କର ଜେଜେମା ହସପିଟାଲାଇଜଡ୍ । ଏହା ଶୁଣି ଖୁବ୍ ବିବ୍ରତ ହୋଇପଡିଲେ ଲୀନା । ପପୁ ବାବୁଙ୍କୁ ଜଣାଇଥିଲେ ମଧ୍ୟ । ହେଲେ ପପୁ ବାବୁଙ୍କ କୌଣସି ପ୍ରତିକ୍ରିୟା ନଥିଲା । ତାଙ୍କରର ପ୍ରତିକ୍ରିୟା ଶୂନ୍ଯ ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇଗଲେ ଲୀନା । ପଚାରିଲେ " ତୁମେ କେମିତିକା ମଣିଷଟିଏ ? ତୁମ ନିଜ ଜେଜେମାକଂର ଦେହ ଭଲନାହିଁ । କେମିତି ଏତେ ସହଜ ହୋଇପାରୁଛ ତୁମେ "? ଲୀନାକଂର କଥା ଶୁଣି କିଛି ସମୟ ଚୁପ୍ ରହିଲେ ପପୁ ବାବୁ । ତାପରେ କହିଲେ " ବୁଝିଲ ! ଯାହା ପାଇଁ ତୁମେ ଏତେ ପ୍ରତିକ୍ରିୟାଶୀଳ ହୋଇପଡିଛ ; କଣ ଜାଣିନାହଁ ଆମ୍ଭମାନକଂ ପ୍ରତି ତାଂକର ବ୍ୟବହାର । ଆମ ବିବାହର ଗୋଟିଏ ପକ୍ଷ ନଯାଉଣୁ ମୋ ବାପା ମା ଭାଇ ତୁମକୁ ମୋତେ ଆମ ସମସ୍ତକୁଂ କିପରି ଦାଦା ଖୁଡୀ ବଡବା' ଆଦିକଂ ପ୍ରରୋଚନାରେ ଘରୁ ବିତାଡିତ କରିଥିଲେ ! ବଂଶର ବଡ ବୋହୂ ହୋଇ କିପରି ତୁମକୁ ଉପେକ୍ଷିତ କରାଯାଇଥିଲା ! କଣ ସବୁକିଛି ଭୁଲିଗଲ ! କେମିତି ଭୁଲିଗଲ ଯେ ଏଇ ଜେଜେମା ତୁମକୁ କହିଥିଲେ ଏହାକୁ ମୁଁ କଣ ଉପହାର ଦେବି ! ଇଏ କଣ ଆମ ଘର ବହୂ ହେବାକୁ ଯୋଗ୍ୟା ? ତୁମେ ହୁଏତ ଭୁଲିଯାଇପାର କିନ୍ତୁ ମୁଁ କେମିତି ଭୁଲିବି ଯେ ମୋ ବ୍ୟତିତ ଅନ୍ୟ ସବୁ ଭାଇ ଭଉଣୀ ମାନକୁଂ ସିଏ ଦେଇଛନ୍ତି ଅନେକ ଉପହାର ଆଉ ମୁଁ ସବୁବେଳେ ହୋଇଛି ହତାଶାର ଶୀକାର । ଅର୍ଥ ରୋଜଗାରର ମାନଦଣ୍ଡରେ ମୋ ବାପା ବୋଧହୁଏ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ସେଥିପାଇଁ ମୋ ବାପାକଂ ପରି ମୁଁ ମଧ୍ୟ ତାଂକ ଆଖିରେ ଉପେକ୍ଷିତ ହୋଇପଡିଥିଲି " । ପପୁ ବାବୁକଂ ମୁହଁରୁ ଏତେସବୁ କଥା ଶୁଣି ଲୀନା କେବଳ ଏତିକି କହିଲେ " ବେଳେବେଳେ କିଛି କଥା ଭୁଲିଯିବାଟା ଭଲ । ଯଦି କିଛି ଭୁଲିଗଲେ ସମ୍ପର୍କଟା ଜିଇଁ ଉଠୁଛି ; ତେବେ ମୋ ମତରେ ତାହାକୁ ଭୁଲି ଆମେ କିଛି ଭୁଲ୍ କରୁନୁ " । ଲୀନାକଂ କଥାରେ ପପୁ ବାବୁ ଚୁପ୍ ରହିଲେ । କିଛି ସମୟ ପରେ କିଛି ଫଳ ଆଉ ହର୍ଲିକ୍ସ ଟିଏ ନେଇ ଗଲେ ହସ୍ପିଟାଲପଟେ । ଦୁହେଁ ଦେଖିଲେ ଜେଜେମାକଂ ଅବସ୍ଥା କିଛି ଭଲନଥିଲା । ଡକ୍ଟର ନାସ୍ତିସୂଚକ ବାଣୀ ଶୁଣାଇଦେଇଥିଲେ । ତେବେ ଏସବୁ ଭିତରେ ପ୍ରମୁଖ ଚିନ୍ତାର ବିଷୟଟା ଥିଲା ଆଜି ରାତିରେ ହସ୍ପିଟାଲରେ ଜେଜେମାଙ୍କୁ ଜଗିବ କିଏ ? ସ୍ବତଃପ୍ରବୃତ ଭାବେ ଲୀନା କହିଲେ " ମୁଁ ରହିଯିବି ଏଇଠି "। ତାଂକ କଥାରେ ମନେମନେ ଖୁବ୍ ବିରକ୍ତ ହୋଇଉଠିଲେ ପପୁବାବୁ । ହେଲେ କାହାରିକୁ କିଛି କହିନପାରି ବାଧ୍ୟହେଲେ ଲୀନାକଂ ସହ ହସ୍ପିଟାଲରେ ରହିବାପାଇଁ । ସ୍ଥିରହେଲା ପପୁ ବାବୁ ଆଉ ଲୀନା ଜଗିବେ ଆଜିର ରାତି ହସ୍ପିଟାଲରେ ।
ରାତି ପାହିବାକୁ ଆଉ ଘଡିଏ ବାକିଥିବ ବୋଧେ ! ଜେଜେମାକଂର ପାଟିରେ ନିଦଟା ଭାଗିଂଗଲା ଲୀନାକଂର । ଉଠି ଦୌଡିଗଲେ ଲୀନା ଜେଜେମାକଂ ପାଖକୁ । ଧରିନେଲେ ଜେଜେମାକଂର ସେଲାଇନ୍ ଫୋଡା ହାତକୁ । ଲୀନା ହାତର ସ୍ପର୍ଶରେ ଜେଜେମା ଅଳ୍ପ ଆଖିଖୋଲି ଖୁବ୍ ଜୋରରେ ଭିଡିଧରିଲେ ଲୀନାକଂର ହାତକୁ । ଆଖିରୁ ବହୁଥିଲା ଧାରଧାର ଲୁହ । ଉଁ ଉଁ ଶବ୍ଦକରି କିଛି କହିବାକୁ ଚେଷ୍ଟା କରୁଥିଲେ ଜେଜେମା । ସେହି ଅବୁଝା ଶବ୍ଦଗୁଡା ବୋଧହୁଏ ଥିଲା ପଶ୍ଚାତାପର ନଚେତ୍ କିଛି ଅବ୍ୟକ୍ତ ବେଦନାର । ଲୀନା କିନ୍ତୁ ଦେଇଚାଲିଥାନ୍ତି ଜେଜେମାକୁଂ କିଛି ମିଥ୍ୟା ଆଶ୍ବାସନା । ହଠାତ୍ ଲୀନାକୁଂ ଜେଜେମାକଂର ଶକ୍ତ ହାତ ମୁଠାଟା ହୁଗୁଳିଗଲାପରି ଲାଗିଲା । ଆଉ ଏହାପରେ ଲୀନାକଂର ହାତରୁ ହାତ ଛଡାହୋଇ ଜେଜେମାକଂର ହାତଟା ଖସିପଡିଲା ହସ୍ପିଟାଲର ବେଡ ଉପରେ । ଚିତ୍କାର କରିଉଠିଲେ ଲୀନା । ତାଙ୍କ ଚିତ୍କାର ରେ ଉଠିପଡିଲେ ପପୁ ବାବୁ । ଆଉ ସନ୍ଦେହର କୌଣସି ପ୍ରଶ୍ନ ଛାଡିଯାଇନଥିଲେ ଜେଜେମା । ସମସ୍ତକୁଂ ଫୋନ୍ କଲେ ପପୁବାବୁ । ଜଣାଇଦେଲେ ଏହି ଦୁଃଖଦ ସମ୍ବାଦ । ଶେଷରେ ଘରକୁ ଆସିଲା ଜେଜେମାକଂର ନିଶ୍ଚଳ ଶରୀରଟା । ଘର ଭିତରେ ଆଉ ସ୍ଥାନ ମିଳିନଥିଲା ଜେଜେମା ଙ୍କୁ । ଘର ବାହାର ଦାଣ୍ଡପିଣ୍ଡାରେ ଚୁପ୍ଚାପ୍ ଶୋଇଥାନ୍ତି ଜେଜେମା ଆଉ ତାଙ୍କର ନୀରବ ମୁହଁଟାକୁ ଅବଲୋକନ କରିଚାଲିଥାନ୍ତି ଜେଜେବା' ତାଙ୍କର ଛଳଛଳ ଦୁଇ ଆଖିରେ । ଶେଷରେ ଆସିଲା ସେହି ଶେଷ ବିଦାୟର ସମୟ । ଅନିଚ୍ଛା ସତ୍ତ୍ବେ ପପୁ ବାବୁଙ୍କୁ ଯିବାକୁପଡିଲା ଶବଯାତ୍ରା ସହ । ଆଗରେ ପଡୁଥାଏ ଖଇ କଉଡି ଆଉ କିଛି ଖୁଚୁରା ପଇସା । ଉତ୍ତପ୍ତ ପିଚୁ ଉପରେ ଖାଲିପାଦରେ ଚାଲିବାବେଳେ ପାଦ ପୋଡିହୋଇଯାଉଥାଏ ପପୁ ବାବୁଙ୍କର । ମନେମନେ ଖୁବ୍ ବିରକ୍ତ ହୋଇପଡୁଥିଲେ ପପୁ ବାବୁ । ଏତିକିବେଳେ ଲୀନା ଫୋନ୍ କରି କହିଲେ " ଯଦି ପାରିବ ଫିଙ୍ଗା ଯାଉଥିବା କଉଡି କି ପଇସାରୁ ଖଣ୍ଡିଏ ଆଣିବ । ମା କହୁଥିଲେ ସେହି ପଇସାଟା ପାଖରେ ରଖିଲେ କୁଆଡେ ଶୁଭ " । ଏହା ଶୁଣି ଚୁପ୍ ଚାପ୍ ଫୋନ କାଟିଦେଲେ ପପୁ ବାବୁ । ଅଧିକ ଯୁକ୍ତି କରିବାକୁ ଇଚ୍ଛା କଲେନାହିଁ ସିଏ । ମନେ ମନେ ଭାବୁଥିଲେ' ଯିଏ ବଞ୍ଚି ଥାଉ ଥାଉ ମୋତେ ସାମାନ୍ୟ ଉପହାର ଟିଏ ଦେଇ ପାରିଲା ନାହିଁ; ଉପହାର କଥା ଛାଡ ସ୍ନେହ ରେ ଆଶିଷ ଟିକିଏ ଦେଇ ପାରିଲା ନାହିଁ, ଆଜି କେମିତି ଅଯାଚିତ ଭାବରେ ମୁଁ ପଇସା ଟିଏ ନେବି ?ଏ ଅନ୍ତିମ ସମୟରେ ଦରକାର ନାହିଁ ମୋର ତା ପଇସା " । ମନରେ ଅଭିମାନ ଆଉ ଅଭିଯୋଗ ଭିତରେ ସମ୍ପର୍ଣ୍ଣ ହେଲା ଜେଜେମାଙ୍କର ଶେଷ କୃତ୍ୟ । ସ୍ନାନ ଶୌଚ ପାଇଁ ନଦୀ କୂଳକୁ ଯିବା ସମୟରେ ଲୀନା ପପୁ ବାବୁଙ୍କୁ ପଚାରିଲେ" କ'ଣ ହେଲା! ପଇସା ଟିଏ ଆଣିଲ"? "ନା"କହି ପପୁ ବାବୁ ନଦୀ କୂଳରେ କିଛି ବାଟ ଚାଲିଗଲେ । ସେଠାରେ ଗୋଟିଏ ସ୍ଥାନରେ ନିଜର ସାର୍ଟ ଓ ପ୍ୟାଣ୍ଟ୍ ଖୋଲୁ ଖୋଲୁ ପ୍ୟାଣ୍ଟର ଗୋଡ଼ ପାଖ ଫୋଲ୍ଡ ଭିତରୁ ଖସିପଡିଲା ଗୋଟିଏ ଟଙ୍କାକିଆ କଏନ । ଆଶ୍ଚର୍ଯ୍ୟ ହୋଇ ପଡୁଥିଲେ ପପୁ ବାବୁ । ହାତରେ ଧରିଥିବା ସେହି ଟଙ୍କାକିଆ କଏନ କୁଦେଖି ଲୀନା କହିଲେ" ବହୁତ ଅଭିଯୋଗ ଥିଲା ତୁମର ତୁମ ଜେଜେମା ଙ୍କ‌‌‌ ଉପରେ । ସାରା ଜୀବନ କେବେହେଲେ କିଛି ଉପହାର ଦେଇନଥିବା ଜେଜେମା ତୁମର ଶେଷ ବେଳେ କିନ୍ତୁ ତୁମକୁ ଉପହାର ଟିଏ ଦେଇ ଚାଲିଗଲେ । ଖାଲି ତୁମକୁ ଉପହାର ଦେଇନାହାନ୍ତି; ମୋତେ ବି ଏହି ଉପହାର ଟା ଦେଇ ଯାଇଛନ୍ତି " । ଏହାପରେ ହାତରେ ପିନ୍ଧି ଥିବା ଗୋଟିଏ କାଚ ଚୁଡି କୁ ପପୁ ବାବୁ ଙ୍କ ଉଦ୍ଦେଶ୍ୟରେ ଦେଖାଇ କହିଲେ" ଗତକାଲି ଡାକ୍ତରଖାନା ରେ ଯେତେବେଳେ ମୋ ହାତମୁଠାରୁ ଜେଜେମାଙ୍କ ହାତଟା ଖସିଗଲା ସେତେବେଳେ ଅଜାଣତରେ ତାଙ୍କ ଚୁଡିଟା ମୋ ହାତରେ ରହିଗଲା । ଦେଖିଲ ଜେଜେମା କେମିତି ଯାଉଯାଉ ଆମ ଦୁଇଜଣଙ୍କୁ ଉପହାର ଦେଇଗଲେ ! ତୁମକୁ ଉପହାର ଦେଇଥିବା ଏ ଟଙ୍କାକିଆ କଏନଟା ନୀରବ ରେ କଣ କହୁଛି ଜାଣ! କହୁଛି ଦେଖ୍ ! ଯେତେବେଳେ ତୁମ ଜେଜେମା ମୋ ପରି ଗୋଟାଏ ତୁଚ୍ଛ ଟଙ୍କାକିଆ କଏନ କୁ ମଧ୍ୟ ନିଜ ସାଙ୍ଗେ ନେବାକୁ ଅକ୍ଷମ ହୋଇଗଲେ ସେତେବେଳେ ତୁମେ କେମିତି ତୁମର ଦାମୀ ଉପହାର ସବୁ ସାଙ୍ଗରେ ଧରି ନେବ "! ଲୀନାଙ୍କର ଏ କଥା ର ମର୍ମ ଟା କିନ୍ତୁ ଠିକ ବୁଝି ପାରୁଥିଲେ ପପୁ ବାବୁ । ଆଉ ଭାବୁଥିଲେ ' ଲୀନା ! ତୁମେ ଠିକ୍ ବୁଝିଛ ଉପହାର ର ସଂଜ୍ଞା । ମୂଲ୍ୟବାନ ଜିନିଷ ଯେ ସବୁବେଳେ ଗୋଟିଏ ମୂଲ୍ୟବାନ ଉପହାର ତା ନୁହେଁ । ଅନେକ ସମୟରେ ଗୋଟିଏ ସୁସମ୍ପର୍କ ମଧ୍ୟ ଗୋଟିଏ ମୂଲ୍ୟବାନ ଉପହାର ହୋଇପାରେ " ।।
।। ଜ୍ୟୋତିରଞ୍ଜନ ସାହୁ ।।